ଓଡ଼ିଶାଲାଇଭ୍ ବ୍ୟୁରୋ
ସାମ୍ବାଦିକତାରୁ ରାଜନୀତି କ୍ଷେତ୍ରରେ ପାଦ ଦେଇ ସଫଳ ହୋଇଛନ୍ତି ଗୌତମବୁଦ୍ଧ ଦାସ। ୨୦୨୪ ନିର୍ବାଚନରେ ପ୍ରଥମ ଥର ନିର୍ବାଚନ ଲଢ଼ି ଭୋଗରାଇରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସେ।
ଦିବଙ୍ଗତ ନେତା ଦୁର୍ଗାଶଙ୍କର ଦାସଙ୍କ ପୁଅ ହେଉଛନ୍ତି ଗୌତମବୁଦ୍ଧ ଦାସ। ପିଲାଟି ବେଳରୁ ରାଜାନୀତିକୁ ଅତି ପାଖରୁ ଦେଖିଛନ୍ତି ସେ। ହେଲେ ଇଚ୍ଛାଥିଲା ଡାକ୍ତର ହେବା ପାଇଁ।
କିନ୍ତୁ, ପରେ ସେ ସାମ୍ବାଦିକତାକୁ କ୍ୟାରିୟର ଭାବେ ବାଛିଥିଲେ। ସାମ୍ବାଦିକତା କରିବା ସମୟରେ ତତ୍କାଳୀନ ସରକାରଙ୍କୁ ଅନେକ ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି ଗୌତମବୁଦ୍ଧ।
ଭୋଗରାଇର ବିକାଶ ପାଇଁ ତାଙ୍କର ଅନେକ ସ୍ୱପ୍ନ ରହିଛି। ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାରରେ ରାଜ୍ୟ ରାଜନୀତିକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ଦେଖନ୍ତୁ ଭିଡିଓ।
Tags: #Politics #GoutamBuddhaDas #Politician #Ketekatha #BJDMLA

















