ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଷୀଙ୍କ ଖାତାକୁ ଆସିଲା ସିଏମ କିଷାନ ଟଙ୍କା। ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ରାଜ୍ୟ ସରକାର। ଉପକୃତ ହୋଇଛନ୍ତି ରାଜ୍ୟର ପ୍ରାୟ ୫୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ।

ସିଏମ କିଷାନ ସହାୟତାର ତୃତୀୟ କିସ୍ତିରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁତ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁନ୍ନତ ଜନଜାତି ସମୂହ ଏବଂ ସହରାଞ୍ଚଳ ଚାଷୀଙ୍କୁ ଡିବିଟି ଜରିଆରେ ମୋଟ ୧୦୪୧ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି।

ନୂଆଁଖାଇ ପର୍ବର ଗୋଟିଏ ଦିନ ପୂର୍ବରୁ ରାଜ୍ୟର ସମସ୍ତ ଚାଷୀଙ୍କ ଖାତାକୁ ଯାଇଛି ସିଏମ କିଷାନ ସହାୟତା ରାଶି। ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ୨୦୨୫-୨୬ ପାଇଁ ଏସିଏମ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି।

Tags: #CMKisanScheme #OdishaGovt #CMMohanCharanMajhi #Farmer

Comment