ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଧାରାବାହିକ ଓ ସିନେମା ଜଗତର ଅତି ପରିଚିତ ଚେହେରା ବେବି ପ୍ରଧାନ। ପିଲାବେଳୁ ନାଟକ ଓ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ବେବି। ‘ଦୁହିତା’ ଧାରାବାହିକ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ।

ପାଖାପାଖି ୨୦ରୁ ଅଧିକ ଧାରାବାହିକରେ ତାଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଛି। ପରିବାରର ସମର୍ଥନ ଓ ନିଜ ପ୍ରତିଭା ବଳରେ ୨୩ ବର୍ଷରୁ ଅଧିକ ସମୟ ଧରି ଅଭିନୟ କରୁଛନ୍ତି ବେବି। ମେଗାଧାରାବାହିକ ‘ଦୁହିତା’ ସୁଟିଂ ସମୟର ଅନୁଭୂତି କହିଛନ୍ତି ବେବି ପ୍ରଧାନ।

“ଦୁହିତା ସିରିଏଲ ମୋତେ ପରିଚୟ ଦେଇଛି। ନିର୍ଦ୍ଦେଶକ ସ୍ଵର୍ଗତ ରାଜୁ ମିଶ୍ର ମତେ ବହୁତ କିଛି ଶିଖାଇଛନ୍ତି। ଅଭିନୟରୁ ଆରମ୍ଭ କରି ମେକଅପ୍ ପର୍ଯ୍ୟନ୍ତ ମୁଁ ‘ଦୁହିତା’ ସମୟରେ ଶିଖିଛି। ମୁଁ କଞ୍ଚା ମାଟି ଥିଲି, ‘ଦୁହିତା’ ମତେ ଗଢ଼ିଛି”, ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଅଭିନେତ୍ରୀ ବେବି ପ୍ରଧାନ। ଦେଖନ୍ତୁ ଭିଡିଓ।

Tags: #BabyPradhan #OdiaTeleActress #OdiaTelevision #Ollywood #OdiaCinema

Comment