ଓଡ଼ିଶାଲାଇଭ୍ ବ୍ୟୁରୋ

ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ପୂର୍ବ ନିର୍ଦ୍ଧାରିତ ସମୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି ହୋଇଛି।

ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ଵ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା। ବଲାଙ୍ଗିରରେ ମଧ୍ୟ ମା’ ସମଲେଶ୍ଵରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି।

ମା’ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପଶ୍ଚିମ ଓଡ଼ିଶାବାସୀ ଘରେ ଘରେ ନୂଆ ଖାଇଛନ୍ତି।

ନୂଆ ପୋଷାକ ପିନ୍ଧି ନୂଆଁଖାଇ ପାଳନ କରିଛନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ। ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶାର ଗାଁଠୁ ସହର।

ସୋନପୁର ଓ ବରଗଡ଼ରେ ମଧ୍ୟ ଧୁମଧାମରେ ପାଳନ ହେଉଛି ନୂଆଁଖାଇ। ପିଠା ଓ ମିଠାରେ ମହକୁଛି ସାରା ପଶ୍ଚିମ ଓଡ଼ିଶା। ଘରେ ଘରେ ପ୍ରସ୍ତୁତ ହୋଇଛି ଭଳିକି ଭଳି ଖାଦ୍ୟ। ବାହାରେ ରହୁଥିବା ଲୋକ ନୂଆଁଖାଇ ପାଳନ କରିବାକୁ ଘରକୁ ଆସିଛନ୍ତି। ଘରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆ ଖାଇବାର ପରମ୍ପରା ରହିଛି। ଆଜି ନୂଆଁଖାଇ ପର୍ବ ପାଳନ ହେଉଥିବା ବେଳେ ଆସନ୍ତାକାଲି ନୂଆଁଖାଇ ଭେଟ ଅନୁଷ୍ଠିତ ହେବ। କିଛି ଦିନ ଧରି ଚାଲିବ ଭେଟଘାଟ କାର୍ଯ୍ୟକ୍ରମ।

Tags: #Nuakhai #Festival #Celebration #WesternOdisha #SamaleiTemple

Comment