ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିବ ରାଜଧାନୀ ଭୁବନେଶ୍ୱରର ପରିସୀମା। ପ୍ରାୟ ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ଗୋଠପାଟଣା, ମଳିପଡ଼ା, ଦାସପୁର ଓ ଅନ୍ଧାରୁଆକୁ ନେଇ ଏହି ନୂଆ ସହର ଗଢ଼ା ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱରକୁ ନେଇ ଉତ୍କଣ୍ଠା ବଢ଼ିଛି।

ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଏହାର ଡ୍ରଇଂ ଏବଂ ଡିଜାଇନ ପ୍ରସ୍ତୁତକୁ ଦାୟିତ୍ୱ ନେଇଛନ୍ତି। ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ଟେକସିଟି (ଗିଫ୍ଟ) ଢାଞ୍ଚାରେ ଏହାର ନିର୍ମାଣ କରିବାକୁ ଯୋଜନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।

ନୂଆ ସହରରେ ଆଇଟି ପାର୍କ, ହସ୍ପିଟାଲ ସୁବିଧା, ଲୋକ ରହିବା ପାଇଁ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଓପନ ସ୍ପେସ, ଇକୋନୋମିକ ଆକ୍ଟିଭିଟି ଆଦି ବ୍ୟବସ୍ଥା ରହିବ। ନୂଆ ସହର ମଧ୍ୟରେ ଶିଳ୍ପ ସଂସ୍ଥାକୁ ଗୁରୁତ୍ୱ ଦିଆଯିବ। ଆଗାମୀ ୧ରୁ ୨ ମାସ ଭିତରେ ରାଜ୍ୟ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର। ସହର ବୃଦ୍ଧି ସହ ସହର ପୁନଃନବୀକରଣ ଯୋଜନା କରାଯାଉଥିବା ମନ୍ତ୍ରୀ କହିଛନ୍ତି।

Tags: #NewBhubaneswar #CityProject #OdishaGovt

Comment