ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଅକ୍ଟୋବର ୮ ତାରିଖରୁ ହେବ ଆରଆଇ, ଏଆରଆଇ, ଆଇସିଡିଏସ ସୁପରଭାଇଜର ଓ ଅମିନ ପରୀକ୍ଷା। ଏହି ପରୀକ୍ଷା ନଭେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏନେଇ ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ପୂର୍ବରୁ ଅନୁଷ୍ଠିତ ଆରଆଇ, ଏଆରଆଇ, ଆସିଡିଏସ ସୁପରଭାଇଜର ଓ ଅମିନ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଏହାକୁ ରଦ୍ଦ କରିବା ଲାଗି କିଛି ପରୀକ୍ଷାର୍ଥୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ପୁନର୍ବାର ଏହି ପରୀକ୍ଷା କରାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ପୂର୍ବରୁ ଆବେଦନ କରିଥିବା ଆବେଦନକାରୀ ହିଁ ଏହି ପରୀକ୍ଷା ଦେବେ। ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟର ବେସ୍ଡ ମୋଡରେ ପରୀକ୍ଷା ଅନୁଷ୍ଠିତ ହେବ।

osssc.gov.in ଓ୍ଵେବ ସାଇଟରୁ ନିଜ ୟୁଜର ଆଇଡି ଏବଂ ପାସଓ୍ଵାର୍ଡ ଦେଇ ଆଡମିଟ୍ କାର୍ଡ ଡାଉନଲୋଡ କରିବେ ପରୀକ୍ଷାର୍ଥୀ।

Tags: #RI #Amin #osssc #OdishaGovt #Exam

Comment