ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷାଦିନେ ଉତ୍ତର ଭାରତରେ ଖାସ କରି ହିମାଳୟ ପାର୍ବତ୍ୟାଞ୍ଚଳରେ ବାଦଲଫଟା ବର୍ଷା ହୋଇ ଅନେକ ଧନ ଜୀବନ ନଷ୍ଟ ହୋଇଥାଏ। ଚଳିତବର୍ଷ ମଧ୍ୟ ଉତ୍ତର ଭାରତରେ ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ ଶତାଧିକ ଲୋକଙ୍କ ଜୀବନ ଗଲାଣି। ତେବେ ମନକୁ ପ୍ରଶ୍ନ ଆସୁଥିବ ବାଦଲଫଟା ବର୍ଷା କ’ଣ ଏବଂ କାହିଁକି ହୋଇଥାଏ?
କୌଣସି ସ୍ଥାନରେ ଏକ ଘଣ୍ଟା ମଧ୍ୟରେ ୧୦୦ ମିଲିମିଟର କିମ୍ବା ତା’ଠାରୁ ଅଧିକ ବର୍ଷା ହେଲେ ତାହାକୁ ପାଣିପାଗ ବିଜ୍ଞାନର ପରିଭାଷା ଅନୁଯାୟୀ କ୍ଲାଉଡ ବ୍ରଷ୍ଟ ବା ‘ବାଦଲ ଫଟା’ ବର୍ଷା କୁହଯାଏ। ବିଶେଷକରି ପାହାଡ଼ିଆ ଅଞ୍ଚଳରେ ଏହା ହୋଇଥାଏ। ଏଥିରେ ଜଳୀୟବାଷ୍ପ ପୂର୍ଣ୍ଣ ମେଘ ପାହାଡ଼ରେ ମାଡ଼ ହୋଇ ଅଳ୍ପ ସମୟ ମଧ୍ୟରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ଅଜାଡି ହୋଇପଡ଼େ। ଏଥିଯୋଗୁଁ ବନ୍ୟା, ଭୂସ୍ଖଳନ ହୋଇ ଜନଜୀବନ କ୍ଷୟକ୍ଷତି ହୋଇଥାଏ।
ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବାଦଲଫଟା ବର୍ଷାର ତୀବ୍ରତା ବଢ଼ିଥିବା ଦେଖିବାକୁ ମିଳୁଛି।
Tags: #CloudBurst #Rain #ClimateRain

















