ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଲୋକପ୍ରିୟ ରାଜନେତା ସୁରେଶ କୁମାର ରାଉତରାୟ। ସୁର ରାଉତରାୟଙ୍କ ନାଁରେ ସେ ଘରେ ଘରେ ପରିଚିତ। ଛାତ୍ରନେତା ଭାବେ ସେ ରାଜନୀତିରେ ପାଦ ଦେଇଥିଲେ।
୧୯୬୭ ମସିହାରେ ଜଟଣୀ ବ୍ଲକ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ ସୁର ରାଉତରାୟ। ୧୯୭୭ରେ ପ୍ରଥମେ ବିଧାୟକ ହେଲେ। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାର ସମୟରେ ସେ ମନ୍ତ୍ରୀ ଥିଲେ।
ଦୀର୍ଘ ୬ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ରହିଛନ୍ତି ସୁରେଶ ରାଉତରାୟ। ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାରରେ ନିଜ ରାଜନୈତିକ ଯାତ୍ରା ବିଷୟରେ ମନ ଖୋଲି କହିଛନ୍ତି ବରିଷ୍ଠ ରାଜନେତା ସୁରେଶ ରାଉତରାୟ। ଦେଖନ୍ତୁ ଭିଡିଓ।
Tags: #SuraRoutray #Politician #Politics #Ketekatha

















