ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳରେ ଜେନ ଜିଙ୍କ ଆନ୍ଦୋଳନ ଯୋଗୁଁ ସ୍ଥିତି ଅଣାୟତ୍ତ ହେବାରେ ଲାଗଛି। ନେପାଳରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା। ହିଂସାର ନିଆଁରେ ଜଳୁଛି ଚାରିଆଡ଼। ଏହାରି ମଧ୍ୟରେ ଭାରତରୁ ନେପାଳକୁ ସବୁ ଉଡ଼ାଣ ବାତିଲ ହୋଇଛି।
ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ସ୍ପାଇସଜେଟ ସମେତ ଭାରତର ସବୁ ଏୟାରଲାଇନ୍ସ ନେପାଳକୁ ବିମାନ ଉଡ଼ାଣ ବାତିଲ କରିଛନ୍ତି। ମଙ୍ଗଳବାର ଦିନ ଦିଲ୍ଲୀ ତଥା ମୁମ୍ବାଇରୁ ନେପାଳର ରାଜଧାନୀ କାଠମାଣ୍ଡୁକୁ ଉଡ଼ିଥିବା ବିମାନ ସବୁ ଅଧା ରାସ୍ତାରୁ ଫେରି ଆସିଛନ୍ତି।
ଅନ୍ୟପଟେ ନେପାଳରେ ଉପୁଜିଥିବା ପରିସ୍ଥିତି ଉପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ନଜର ରଖାଯାଇଛି। ନେପାଳ ନଯିବା ପାଇଁ ଭାରତୀୟଙ୍କୁ ଆଡଭାଇଜରି ଜାରି ହୋଇଛି। ଏହାସହ ନେପାଳରେ ଥିବା ଭାରତୀୟଙ୍କ ପାଇଁ ଦୁଇଟି ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି।
ଭାରତ-ନେପାଳ ସୀମା ହାଇଆଲର୍ଟରେ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି।
Tags: NepalProtest #FlightBan #GenZProtest








