ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀ ବ୍ରତ ପାଳନ ପାଇଁ ଆରମ୍ଭ ହୋଇଛି ପକ୍ରିୟା। ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀଙ୍କ ନିମନ୍ତେ ପଞ୍ଜୀକରଣ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେପ୍ଟେମ୍ବର ୧୯ ତାରିଖ ଦିନ ୧୦ଟାରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନାମ ପଞ୍ଜୀକରଣ କରିବା ଲାଗି ଇଚ୍ଛୁକ କାର୍ତ୍ତିକ ବ୍ରତଧାରୀମାନଙ୍କଠାରୁ ଦରଖାସ୍ତ ଆହ୍ଵାନ କରାଯିବ।
ଆସନ୍ତା ଅକ୍ଟୋବର ୭ ତାରିଖରୁ ଆରମ୍ଭର ହେବ କାର୍ତ୍ତିକ ବ୍ରତ। ପୁରୀକୁ ଛୁଟିବ କାର୍ତ୍ତିକ ବ୍ରତଧାରୀଙ୍କ ସୁଅ। ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଶିବିର କରାଯିବ। ଇଚ୍ଛୁକ ହବିଷ୍ୟାଳୀ ସେପ୍ଟେମ୍ବର ୧୯ ତାରିଖରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଚଳିତ ବର୍ଷ ପ୍ରାୟ ୨,୫୦୦ ହବିଷ୍ୟାଳୀଙ୍କ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି।
https://edistrict.odisha.gov.in ଓ୍ଵେବ ସାଇଟକୁ ଯାଇ ‘ହବିଷ୍ୟାଳୀ କାର୍ତ୍ତିକ ବ୍ରତ-୨୦୨୫’ ଯୋଜନା ଅନ୍ତର୍ଗତ ପଞ୍ଜୀକରଣ କରିପାରିବେ।
ହବିଷ୍ୟାଳୀ ଶିବିରରେ କାର୍ତ୍ତିକ ବ୍ରତଧାରୀମାନଙ୍କ ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ନିୟମାବଳୀ ଜାରି କରାଯାଇଛି। ଶାରିରୀକ ଓ ମାନସିକ ଭାବେ ଅସୁସ୍ଥ ଥିବା ମହିଳା ବ୍ରତଧାରୀଙ୍କୁ ଚୟନରେ ଅଗ୍ରାଧିକାର ଦିଆଯିବ। ସେହିପରି ବିଧବା ମହିଳା ଓ ନୂତନ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। କେବଳ ଅନଲାଇନ ମାଧ୍ୟମରେ ମନୋନୀତ ହୋଇଥିବା ହବିଷ୍ୟାଳୀଙ୍କୁ ରହିବା ନିମନ୍ତେ ସୁଯୋଗ ଦିଆଯିବ। ବିନା ଆବେଦନରେ ହବିଷ୍ୟାଳୀ ଶିବିରରେ ରହିବାକୁ ଅନୁମତି ମିଳିବ ନାହିଁ। ଏହା ସହିତ ଅସୁସ୍ଥ ଥିଲେ ହବିଷ୍ୟାଳୀ ଶିବିରରେ ରହିବା ପାଇଁ ଅନୁମତି ଦିଆଯିବ ନାହିଁ।
ଚଳିତ ବର୍ଷ ପୁରୀରେ ମୋଟ ୪ଟି ସ୍ଥାନରେ ହବିଷ୍ୟାଳୀଙ୍କ ରହିବା ଲାଗି ବ୍ୟବସ୍ଥା ହୋଇଛି। ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ରହିବେ ହବିଷ୍ୟାଳୀ।
Tags: #Habishyali #KartikaBrata #ShreeMandirPuri #OnlineRegistration















