ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାଭାବିକ ଭାବେ ଚାଲିପାରୁନି ବିଧାନସଭା ମୌସୁମୀ ଅଧିବେଶ। ଶୁକ୍ରବାର ଅଧିବେଶନର ଦ୍ଵିତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ଯାଏଁ ମଲତବୀ ହୋଇଛି ଗୃହ କାର୍ଯ୍ୟ।

ଅଧିବେଶ ଆରମ୍ଭରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଶ୍ନତ୍ତୋର ବେଳେ ହୋ ହାଲ୍ଲା ଆରମ୍ଭ ହୋଇଥିଲା। ସାର ଅଭାବ ପ୍ରସଂଗକୁ ନେଇ ନାରାବାଜି କରିଥିଲେ ବିରୋଧୀ। ବିରୋଧୀ ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ପ୍ରତିବାଦ କରିଥିଲେ। କଂଗ୍ରେସ ସଦସ୍ୟମାନେ ମଧ୍ୟ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ।

ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଶୁଣିନଥିଲେ ବିଜେଡି ବିଧାୟକ। ଅଚଳାବସ୍ଥା ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।

Tags: #OdishaAssembly #MonsoonSession #OdishaPolitics #Odisha

Comment