ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଫୋନ କିଣିବା ପାଇଁ ମାରପିଟ୍ ଓ ଧସ୍ତାଧସ୍ତି। କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ। ଘଟଣାଟି ମୁମ୍ବାଇରେ ଥିବା ଆପଲ୍ ଷ୍ଟୋର ସମ୍ମୁଖରେ ଦେଖିବାକୁ ମିଳିଛି।
ଭାରତରେ ୧୯ ସେପ୍ଟେମ୍ବରରୁ ଆପଲ୍ ପକ୍ଷରୁ ନୂଆ ଆଇଫୋନ-୧୭ ସିରିଜର ସ୍ମାର୍ଟଫୋନ ବିକ୍ରି ଆରମ୍ଭ ହୋଇଛି। ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବିଶେଷ ଉତ୍ସାହ। ପ୍ରଥମ ଦିନରେ ଆଇଫୋନ-୧୭ କିଣିବାକୁ ମୁମ୍ବାଇ, ଦିଲ୍ଲୀ ଭଳି ସହରରେ ଥିବା ଆପଲ୍ ଷ୍ଟୋର ସମ୍ମୁଖରେ ଅସମ୍ଭାଳ ଭିଡ଼, ରାତି ଅଧରୁ ଲମ୍ବା ଲାଇନ୍।
ତେବେ ମୁମ୍ବାଇର ବିକେସିସ୍ଥିତ ଆପଲ୍ ଷ୍ଟୋର ବାହାରେ ଗ୍ରାହକଙ୍କ ଉତ୍ସାହଜନକ ସ୍ଥିତି ଗଣ୍ଡୋଗୋଳିଆ ହୋଇଗଲା, ଯେତେବେଳେ କିଛି ଲୋକ ବିନା ବୁକିଂରେ ଆସି ଧାଡ଼ିରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଏହାପରେ ଗ୍ରାହକଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ ଆପଲ ଷ୍ଟୋର ପରିସର ରଣକ୍ଷେତ୍ର ପାଲଟିଥିଲା। ଏଥିରେ କିଛି ଗ୍ରାହକ ଆହତ ହୋଇଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
Tags: #iphone17 #AppleStore #Mumbai








