ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ବର୍ତ୍ତମାନ ବିଭିନ୍ନ ରୋଗ ଦେଖାଦେଉଛି। ଏବେ ଡାଏବେଟିସ୍ ବା ମଧୁମେହ ରୋଗ ମଣିଷ ଶରୀରର ସବୁ ଦିନିଆ ଅତିଥି ହୋଇଗଲାଣି। ଆଜିର ସମୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୨୦ରୁ ୨୫ ଜଣଙ୍କଠାରେ ଡାଏବେଟିସ୍ ସମସ୍ୟା ଦେଖିବାକୁ ମିଳୁଛି।

ବିଭିନ୍ନ କାରଣରୁ ଡାଏବେଟିସ୍ ହେଉଥିଲେ ହେଁ ଏହାର ମୁଖ୍ୟ କାରଣ ବଂଶଗତ ବୋଲି ଡାକ୍ତର କୁହନ୍ତି। ଯଦି ପରିବାରର କୌଣସି ସଦସ୍ୟଙ୍କର ଡାଏବେଟିସ୍ ଥାଏ, ତେବେ ଅନ୍ୟ ସଦସ୍ୟଙ୍କୁ ଡାଏବେଟିସ୍ ହେବାର ଆଶଙ୍କା ଅଧିକ ରହିଥାଏ।

ତେବେ ଡାଏବେଟିସ୍‌ ଟେଷ୍ଟ କେତେବେଳେ କରିବା ଦରକାର ଓ କେମିତି କରିବା ଦରକାର, ସେ ସମ୍ପର୍କରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ରିତେଶ କୁମାର ଅଗ୍ରୱାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Health #Treatment #Diabetes #DiabetesTest #OdiaHealthTips #Doctor Advice

Comment