ଓଡ଼ିଶାଲାଇଭ୍ ବ୍ୟୁରୋ

ରତ୍ନଭଣ୍ଡାରକୁ ଫେରିଲା ମହାପ୍ରଭୁଙ୍କର ରତ୍ନାଳଙ୍କାର। ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସ୍ଥାୟୀ ଭାବେ ରଖାଗଲା ରତ୍ନ ଅଳାଙ୍କାର। ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟରେ ଅସ୍ଥାୟୀ ଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ବହୁମୂଲ୍ୟା ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ପାଇଁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା।

ରତ୍ନଭଣ୍ଡାର କମିଟି ତଥା ଉଚ୍ଚସ୍ତରୀୟ କମିଟି ସଦସ୍ୟମାନେ ପାରମ୍ପରିକ ପୋଷାକ ପରିଧାନ କରି ବଡ଼ଠାକୁରଙ୍କଠାରୁ ଅନୁମତି ନେବା ପରେ ଆରମ୍ଭ ହୋଇଥିଲା ରତ୍ନାଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା। ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବା ପରେ ମୁଖ୍ୟ ଏବଂ ବାହାର ଭଣ୍ଡାରକୁ ତିନିଟି ଯାକ ତାଲା ପକାଇ ବନ୍ଦ କରାଯାଇଛି।

ଗତବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ଅଳଙ୍କାର ସବୁ ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା। ରତ୍ନଭଣ୍ଡାର ମରାମତି କାମ ଶେଷ ହେବା ପରେ ସେପ୍ଟେମ୍ବର ୧୯ ତାରିଖରେ ରତ୍ନଭଣ୍ଡାରକୁ ସଂସ୍କାର କରାଯାଇଥିଲା।

Tags: #Ratnabhandar #Shreemandir #Puri #Odisha

Comment