ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକ ଆଗରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ୨୫ ତାରିଖରେ ସରିଥାନ୍ତା। ତେବେ ଏହି ସ୍ଵଳ୍ପକାଳୀନ ଅଧିବେଶନ ୬ ଦିନରେ ଶେଷ ହୋଇଛି।
ବିଭିନ୍ନ ପ୍ରସଂଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୋଟିଏ ଦିନ ବି ସ୍ଵାଭାବିକ ଭାବେ ଚାଲିପାରିନଥିଲା ଗୃହକାର୍ଯ୍ୟ। କେଉଁଦିନ ୪ ମିନିଟ, ତ କେଉଁ ଦିନ ୬ ମିନିଟି ଗୃହକାର୍ଯ୍ୟ ଚାଲିଥିଲା। ୬ ଦିନ ମଧ୍ୟରେ ଗୋଟିଏ ଦିନ ୩୦ ମିନିଟ୍ ଚାଲିପାରିଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ।
ଏହି ଅଧିବେଶନରେ ଗୋଟିଏ ମାତ୍ର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ୮ଟି ତାରକା ପ୍ରଶ୍ନଉ ପରେ ଆଲୋଚନା ହୋଇଥିବା ବେଳେ ୨ଟି ସଂଶୋଧନ ବିଲ ପାରିତ ହୋଇଥିଲା। ଅନ୍ତିମ ଦିନରେ ୪ଟି ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା। ଏହା ସହ ୧୪ଟି କାଗଜ, ୧୫ଟି ବାର୍ଷିକ ରିପୋର୍ଟ, ଗୋଟିଏ କମିଟି ରିପୋର୍ଟ, ଗୋଟିଏ ଅଧ୍ୟାଦେଶ ଗୃହରେ ଉପସ୍ଥାପନ କରାଯାଇଥିଲା।
Tags: #OdishaAssembly #MonsoonSession #OdishaPolitics #Odisha


















