ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩ ରେଜଲ୍ଟ। ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ପ୍ରିୟାଂଶୁ ପାଲ। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ଫଳାଫଳ ପ୍ରକାଶ କରାଯାଇଛି।

ଓଏଏସ ପରୀକ୍ଷାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଅନନ୍ୟା ମିଶ୍ର, ତୃତୀୟରେ ଅଛନ୍ତି ଶୋଭନ ପଟ୍ଟନାୟକ।

ସେହିପରି ମିର୍ଜା ଫୈଜ ଅହମ୍ମଦ କାଦରି ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଚିନ୍ମୟ ସାହୁ ପଞ୍ଚମ, ଅନ୍ତିମ ସ୍ଵାଇଁ ଷଷ୍ଠ, ଶୈଳେଶ କୁମାର ଭୋଇ ସପ୍ତମ, ମହମ୍ମଦ ନାଜିଫ ହାତିଫ ଅଷ୍ଟମ, ଚିନ୍ମୟ କୁମାର ପାଢ଼ୀ ନବମ ଓ ଦଶମ ସ୍ଥାନରେ ରହିଛନ୍ତି ମିଲନ ମହାପାତ୍ର। ଟପ୍ ଟେନ ତାଲିକାରେ ଏକମାତ୍ର ଝିଅ ହେଉଛନ୍ତି ଅନନ୍ୟା ମିଶ୍ର।

ଓସିଏସ ପରୀକ୍ଷାରେ ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଏଥିରେ ୧୪୪ ଜଣ ମହିଳା ପରୀକ୍ଷାର୍ଥୀ ଅଛନ୍ତି।

ଓପିଏସସି ଦ୍ଵାରା ପରିଚାଳିତ ଓସିଏସ ପରୀକ୍ଷା-୨୦୨୩ ମେନ ପରୀକ୍ଷା ୨୦୨୫ ଏପ୍ରିଲ ୧୯, ୨୦, ୨୨, ୨୪, ୨୭ ଓ ମେ’ ମାସ ୧୫ ତାରିଖରେ ହୋଇଥିଲା। ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥିଙ୍କ ନିମନ୍ତେ ସେପ୍ଟେମ୍ବର ୬ ଏବଂ ୧୮ ତାରିଖରେ ପର୍ସନାଲିଟି ଟେଷ୍ଟ କରାଯାଇଥିଲା।

Tags: #OCS #OAS #OCSExam2023Result #OPSC #Odisha

Comment