ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଜଣେ ଲୋକପ୍ରିୟ ଯୁବନେତା ଟଙ୍କଧର ତ୍ରିପାଠୀ। ଛାତ୍ର ଜୀବନରୁ ରାଜନୀତି ସହ ଯୋଡ଼ି ହୋଇଛନ୍ତି। ୨୦୨୪ରେ ଝାରସୁଗୁଡ଼ାରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଟଙ୍କଧର ତ୍ରିପାଠୀ ଓଡ଼ିଶା ବିଜେପିର ଜଣେ ଟାଣୁଆ ଯୁବ ନେତା। ସେ ପୂର୍ବରୁ ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ସଭାପତି ମଧ୍ୟ ରହିଥିଲେ। ୨୦୨୪ ନିର୍ବାଚନରେ ଟଙ୍କଧରଙ୍କୁ ମିଳିଲା ଜନ ସମର୍ଥନ। ସେ ହେଲେ ଝାରସୁଗୁଡ଼ାର ବିଧାୟକ।

ଓଡ଼ିଶାଲାଇଭର ‘କେତେକଥା’ କାର୍ଯ୍ୟକ୍ରମରେ ରାଜନୀତିର ଅନେକ ଗୁମର ଖୋଲିଛନ୍ତି। ଝାରସୁଗୁଡ଼ାର ସାମଗ୍ରିକ ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଥିବା କହିଛନ୍ତି ଟଙ୍କଧର ତ୍ରିପାଠୀ।

Tags: #Politics #OdishaPolitics #TankadharTripathy #JharsugudaMLA #BJP

Comment