ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜି ହେଉଛି ଓ୍ଵାର୍ଲ୍ଡ ହାର୍ଟ ଡେ’ ବା ବିଶ୍ଵ ହୃଦୟ ଦିବସ -୨୦୨୫। ହୃଦଘାତ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏହି ଦିବସ ପାଳନ କରାଯାଉଛି।
ହୃତପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡର ମୁଖ୍ୟ କାର୍ଯ୍ୟ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ତେବେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଛି।
ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ, ମୋଟାପଣ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ କମ୍ ବୟସର ଲୋକଙ୍କୁ ହୃଦ୍ଘାତ ହେଉଛି। ତେଣୁ ଆମକୁ ଏକ ସୁସ୍ଥ ଜୀବନଶୈଳୀ ଆପଣେଇବା ନିହାତି ଜରୁରୀ। ହାର୍ଟକୁ ସୁସ୍ଥ ରଖିବାର ୭ଟି ସୂତ୍ର ବିଷୟରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ କ’ଣ କହୁଛନ୍ତି, ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
ହାର୍ଟ ଆଟାକ୍ କାହିଁକି ହୁଏ, ହାର୍ଟ ଆଟାକ୍କୁ ଚିହ୍ନିବେ କିପରି ଏବଂ କାହାକୁ ହାର୍ଟ ଆଟାକ୍ ହେବାର ଆଶଙ୍କା ଅଧିକ ରହିଛି – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।
Tags: #WorldHeartDay2025 #Awareness #HeartAttack #HeartCare #OdiaHealthTips #DoctorAdvice


















