ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହୃତପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡର ମୁଖ୍ୟ କାର୍ଯ୍ୟ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ତେବେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଛି।

ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ, ମୋଟାପଣ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ କମ୍‌ ବୟସର ଲୋକଙ୍କୁ ହୃଦ୍‌ଘାତ ହେଉଛି। ତେଣୁ ଆମକୁ ଏକ ସୁସ୍ଥ ଜୀବନଶୈଳୀ ଆପଣେଇବା ନିହାତି ଜରୁରୀ।

ସୁସ୍ଥ ହୃଦୟ ପାଇଁ ଆମର ଖାଦ୍ୟଶୈଳୀ ଓ ଜୀବନଶୈଳୀର ମୁଖ୍ୟ ଭୂମିକା ରହୁଛି। ଆଜି ଆସନ୍ତୁ ବିଶିଷ୍ଟ ହୃଦ୍‌ରୋଗ ଡାକ୍ତର ସୁଭାଶିଷ ମିଶ୍ରଙ୍କଠାରୁ ଜାଣିବା ଜଣେ ବ୍ୟକ୍ତି ନିଜ ହାର୍ଟକୁ ସୁସ୍ଥ ରଖିବା ପାଇଁ ତଥା ହାର୍ଟ ଜନିତ ସମସ୍ୟା ଯେପରିକି ହାର୍ଟ ଆଟାକ୍‌, ସିଏଡି ଓ ଅନ୍ୟାନ୍ୟ ସମସ୍ୟାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେଉଁଭଳି ଖାଦ୍ୟ ଖାଇବା ଆବଶ୍ୟକ। ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #HealthyHeart #DietforHealthy #HeartCare #OdiaHealthTips #DoctorAdvice

Comment