ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ହୃତପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ସମ୍ପୂର୍ଣ୍ଣ ଶରୀରରେ ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡର ମୁଖ୍ୟ କାର୍ଯ୍ୟ। ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ୟା ଦେଖାଯାଏ ଏବଂ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ତେବେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଛି।
ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ, ମୋଟାପଣ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ କମ୍ ବୟସର ଲୋକଙ୍କୁ ହୃଦ୍ଘାତ ହେଉଛି। ତେଣୁ ଆମକୁ ଏକ ସୁସ୍ଥ ଜୀବନଶୈଳୀ ଆପଣେଇବା ନିହାତି ଜରୁରୀ।
ହୃତ୍ପିଣ୍ଡର ଧମନୀରେ ପ୍ରବାହିତ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ହୃତ୍ପିଣ୍ଡକୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ହୃଦ୍ଘାତ ହୋଇଥାଏ। ଏଭଳି ସ୍ଥିତିରେ ବାଇପାସ୍ ସର୍ଜରି ରୋଗୀର ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ।
ତେବେ ବାଇପାସ୍ ସର୍ଜରି କେମିତି ହୁଏ, କେଉଁ ପରିସ୍ଥିତିରେ ବାଇପାସ୍ ସର୍ଜରିର ଆବଶ୍ୟକତା ପଡ଼େ, ସେ ବିଷୟରେ ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡାକ୍ତର ବନ ବିହାରୀ ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #HeartBypassSurgery #HeartAttack #HeartCare #OdiaHealthTips #DoctorAdvice


















