ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ହାର୍ଟ ଜନିତ ସମସ୍ୟା ଯେପରିକି ଆରିଥ୍ମିଆ, ଏହା ଏପରି ଏକ ସମସ୍ୟା ଯାହାଦ୍ୱାରା ଅସ୍ୱାଭାବିକ ହୃଦସ୍ପନ୍ଦନ ସୃଷ୍ଟି ହୋଇଥାଏ। ହାର୍ଟବିଟ୍କୁ ନିୟନ୍ତ୍ରଣ କରୁଥିବା ଶକ୍ତି ଠିକ୍ ଭାବେ କାମ କରେ ନାହିଁ ଓ ହୃଦସ୍ପନ୍ଦନ ଖୁବ୍ ଦ୍ରୁତ କିମ୍ବା ଖୁବ୍ ଧୀର ହୋଇଥାଏ। ଫଳରେ ବ୍ୟକ୍ତିଙ୍କୁ ଅସହଜ ମନେ ହୁଏ ବା ଚେତାଶୂନ୍ୟ ହୋଇଯାଆନ୍ତି। ଏଭଳି କ୍ଷେତ୍ରରେ ହୃଦ୍ସ୍ପନ୍ଦନ ସଠିକ ଭାବେ ଚାଲିବା ପାଇଁ ପେସ୍ମେକର ଲଗାଯାଇଥାଏ।
ତେବେ ପେସମେକର କ’ଣ, କେଉଁ ପରିସ୍ଥିତିରେ ପେସମେକର ଲଗାଯାଏ, ପେସମେକର କେମିତି ଲଗାଯାଏ ଓ ଏହା କେମିତି କାମ କରିଥାଏ, ସେ ବିଷୟରେ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ମିଲନ କୁମାର ଘଢେଇଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Pacemaker #Heartbeat #Treatment #OdiaHealthTips #DoctorAdvice
















