ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜନୀତିରେ ଜଣେ ବରିଷ୍ଠ ନେତା ନରସିଂହ ମିଶ୍ର। ମାତ୍ର ୧୮ ବର୍ଷ ବୟସରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ଆରମ୍ଭ କରିଥିଲେ ତାଙ୍କର ରାଜନୈତିକ କ୍ୟାରିୟର। ୬ ଦଶନ୍ଧିରୁ ଅଧିକ ଦିନ ଧରି ସେ ରାଜନୀତିରେ ସକ୍ରିୟ ରହିଛନ୍ତି।

ଆଗଧାଡ଼ିର ଆଇନଜୀବୀ ଭାବେ ମଧ୍ୟ ସେ ବେଶ୍ ପରିଚିତ। ତାଙ୍କ ରାଜନୈତିକ କ୍ୟାରିୟରରେ ସେ ୫ ଥର ବିଧାୟକ, ଆଇନ ମନ୍ତ୍ରୀ ଏବଂ ବିରୋଧୀ ଦଳର ନେତା ହୋଇଛନ୍ତି। ଅନେକ ବାଦ ବିବାଦ ଓ ରାଜନୈତିକ ଉଠାଣି ଗଡ଼ାଣିର ମଧ୍ୟ ସାମ୍ନା କରିଛନ୍ତି।

ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅକୁହା ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ନରସିଂହ ମିଶ୍ର। ବରିଷ୍ଠ ରାଜନେତା ନରସିଂହ ମିଶ୍ରଙ୍କ ସମ୍ପର୍କରେ ଟିକିନିଖି ଜାଣିବା ପାଇଁ ଓଡ଼ିଶାଲାଇଭର ଏହି ଭିଡିଓ ଦେଖନ୍ତୁ।

Tags: #Politics #Politician #NarasinghaMishra #Ketekatha #PoliticalJourney

Comment