ଓଡ଼ିଶାଲାଇଭ୍ ବ୍ୟୁରୋ
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ପ୍ଲାଟିନମ ଜୁବୁଲି ଆଶା ସ୍କଲାରସିପ୍ ପ୍ରୋଗ୍ରାମ ଆରମ୍ଭ ହୋଇଛି। ୨୦୨୫ରେ ଏସବିଆଇର ଏହି ଛାତ୍ରବୃତ୍ତିରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ୨୩ ହାଜରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୯୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ।
ଷଷ୍ଠ ଶ୍ରେଣୀରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଅନୁସାରେ ୧୫ ହଜାରରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ମିଳିବ। ଏଥିସହ ବିଦେଶରେ ପଢ଼ିବା ପାଇଁ ମଧ୍ୟ ସ୍ଵତନ୍ତ୍ର ପ୍ରାବଧାନ ରହିଛି।
ଛାତ୍ରବୃତ୍ତି ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀମାନେ ରେଗୁଲାର ହୋଇଥିବା ଆବଶ୍ୟକ। ସେମାନଙ୍କର ୭୫ ପ୍ରତିଶତ କିମ୍ବା ସିଜିପିଏ ୭ରୁ ଅଧିକ ନମ୍ବର ରହିଥିବା ଜରୁରୀ। ସ୍କୁଲ ଛାତ୍ରୀଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ୩ ଲକ୍ଷରୁ କମ୍ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ପାରିବାରିକ ଆୟ ବାର୍ଷିକ ୬ ଲକ୍ଷରୁ କମ୍ ହୋଇଥିବା ଜରୁରୀ।
ଇଚ୍ଛୁକ ଛାତ୍ରଛାତ୍ରୀମାନେ sbiashascholarship.co.inରେ ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ଆବେଦର କରିବା ପାଇଁ ୧୫ ନଭେମ୍ବର ହେଉଛି ଶେଷ ତାରିଖ।
Tags: #AshaScholarship #SBIFoundation #Education








