ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କଟକର ଆକାଶ କୁମାର ପ୍ରଧାନ। ଏହି ପରୀକ୍ଷାରେ ୨୧ତମ ସ୍ଥାନ ହାସଲ କରିଛନ୍ତି ଆକାଶ। ଚତୁର୍ଥ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି।
ସ୍ଵତନ୍ତ୍ର ରଣନୀତି, କଠିନ ପରିଶ୍ରମ ଏବଂ ପରିବାରର ସହଯୋଗ ତାଙ୍କ ସଫଳତା ପଛର କାରଣ ବୋଲି କହିଛନ୍ତି ଆକାଶ।
ପିଲାଟି ବେଳରୁ ପ୍ରଶାସନିକ ସେବାରେ ଯୋଗଦେବାକୁ ଆକାଶଙ୍କର ସ୍ଵପ୍ନ ରହିଥିଲା। ପତ୍ନୀଙ୍କ ସହଯୋଗ ଏବଂ କଠିନ ପରିଶ୍ରମ ବଳରେ ନିଜର ସ୍ଵପ୍ନକୁ ସାକାର କରିପାରିଥିବା କୁହନ୍ତି ଆକାଶ।
ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ କେମିତି ପ୍ରସ୍ତୁତି କରୁଥିଲେ, କେତେ ଘଣ୍ଟା ପଢ଼ୁଥିଲେ ଏବଂ କେଉଁ ଷ୍ଟ୍ରାଟେଜି ଆପଣାଇଥିଲେ ଆକାଶ କୁମାର ପ୍ରଧାନ, ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ।
Tags: #AkashKumarPradhan #OCS #OASSuccessStory


















