ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ବିଜେପି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ଅଛନ୍ତି।

ଏହି ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଦୁଇ ପ୍ରଭାରୀ ବିଜୟ ପାଲ ସିଂ ତୋମାରଳ ଓ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ରହିଛନ୍ତି।

ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଅରୁଣ ସାଓ, ସୁରେଶ ପୂଜାରୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ବିତ ପାତ୍ର, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା, ସମୀର ମହାନ୍ତି, ବ୍ରିଜମୋହନ ଅଗ୍ରଓ୍ଵାଲ, ସଙ୍ଗୀତା କୁମାର ସିଂହ ଦେଓ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ, ଗୁରୁ ଖୁସଓ୍ଵନ୍ତ ସାହେବ, ପ୍ରଦୀପ ପୁରୋହିତ, ସୁଜିତ କୁମାର, ରୁପ କୁମାରୀ ଚୌଧୁରୀ, ମାଲବିକା ଦେବୀ, ପ୍ରଦୀପ୍ତ କୁମାର ନାଏକ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, ମାନସ କୁମାର ମହାନ୍ତି, ରଞ୍ଜନ କୁମାର ପଟେଲ, ଅନୁଜ ଶର୍ମା, ରୋହିତ ସାହୁ, ଯୋଗେଶ୍ଵର ରାଜୁ ସିହ୍ନା, ଲକ୍ଷ୍ମଣ ବାଗ ଓ ସନତ କୁମାର ଗର୍ତିଆ ପ୍ରମୁଖ।

ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଉପନିର୍ବାନ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ନିର୍ବାଚନୀ ମଇଦାନରେ ଦେଖିବାକୁ ମିଳିବ ଦମଦାର ଲଢ଼େଇ।

Tags: #Politics #BJP #NuapadaAssemblyByElection #StarCampaignerList #Odisha

Comment