ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜନୀତିର ଲୋକପ୍ରିୟ ନେତା ବାବୁ ସିଂ। ଛାତ୍ର ଜୀବନରୁ ରାଜନୀତି ସହ ସେ ଯୋଡ଼ି ହୋଇଛନ୍ତି। ୨୦୨୪ରେ ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଯୁକ୍ତ ୨ ପାଠ ପଢ଼ୁଥିବା କଲେଜ ଇଲେକ୍ସନରେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ ବାବୁ ସିଂ। ପରବର୍ତ୍ତୀ ସମୟରେ ସେ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ। ଜନତା ଦଳ ସହ ଯୋଡ଼ି ହୋଇ ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।ରାଜନୀତି କରିବାର ଇଚ୍ଛା ଏବଂ ପରିବାରର ସମର୍ଥନ ତାଙ୍କୁ ଏତେ ବାଟ ପର୍ଯ୍ୟନ୍ତ ଆଣିଛି ବୋଲି କୁହନ୍ତି ବାବୁ ସିଂ।

“ହଜାର ହଜାର ବର୍ଷର ସହର ଏକାମ୍ର। ଏଇ ମାଟି ଶ୍ରେଷ୍ଠ ମାଟି। ଏଇ ମାଟିର ଅନ୍ୟତମ ନାୟକ, ଖାରବେଳଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଆମେ। ଏଇ ଆଧ୍ୟାତ୍ମିକ ମାଟି ଏକାମ୍ର ନିର୍ବାଚନମଣ୍ଡଳୀର ମୁଁ ପ୍ରତିନିଧିତ୍ଵ କରୁଥୁବାରୁ ମତେ ବହୁତ ଗର୍ବ ଅନୁଭବ ହୁଏ”, କହିଛନ୍ତି ଏକାମ୍ର ଭୁବନେଶ୍ଵର ବିଧାୟକ ବାବୁ ସିଂ। ଦେଖନ୍ତୁ ଭିଡିଓ।

Tags: #BabuSingh #Politician #Ketekatha #Odisha

Comment