ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ଦେବୁ ବ୍ରହ୍ମା। ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ଘରେ ଘରେ ହାସ୍ୟ ଅଭିନେତା ଭାବରେ ପରିଚିତ।

ଥିଏଟରରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ଦେବୁ ବ୍ରହ୍ମା। ପରବର୍ତ୍ତୀ ସମୟରେ ୧୯୮୦ ମସିହା ପରେ ଅଭିନୟ ଜଗତରେ ଚମକି ଥିଲେ ତାଙ୍କ ଭାଗ୍ୟ। ‘ବାଜେ ବଇଁଶୀ ନାଚେ ଘୁଙ୍ଗୁର’, ‘ସୁନା ଚଢ଼େଇ’, ‘ଜଗା ହାତରେ ପଘା’, ‘କୁରୁକ୍ଷେତ୍ର’ ଆଦି ସିନେମାରେ ଦେବୁ ବ୍ରହ୍ମାଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କ ମନକୁ ବେଶ୍ ଛୁଇଁ ପାରିଛି।

କେବଳ କମେଡି ନୁହେଁ ବିଭିନ୍ନ ଚରିତ୍ରରେ ତାଙ୍କ ଅଭିନୟ ଦକ୍ଷତା ମଧ୍ୟ ଦେଖିବାକୁ ମିଳେ। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ହାସ୍ୟ ଅଭିନେତା ଦେବୁ ବ୍ରହ୍ମା ତାଙ୍କ ଅଭିନୟ ଯାତ୍ରାକୁ ନେଇ ଅନେକ କଥା କହିଛନ୍ତି। ଦେଖନ୍ତୁ ଭିଡିଓ।

Tags: #DebuBrahma #ComedyKing #Entertainment #OdiaCinema #Ketekatha

Comment