ଓଡ଼ିଶାଲାଇଭ୍ ବ୍ୟୁରୋ

ସାନାଏ ଟାକାଇଚି ହୋଇଛନ୍ତି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଜାପାନ ସଂସଦରେ ଐତିହାସିକ ନିଷ୍ପତ୍ତି ପରେ ତାଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ୬୪ ବର୍ଷୀୟ ଟାକାଇଚି ଜାପାନର ପ୍ରଧାନମନ୍ତ୍ରୀ ଭାବରେ ଶିଗେରୁ ଇଶିବାଙ୍କ ସ୍ଥାନ ନେବେ।

ଗତ ଦୁଇଟି ନିର୍ବାଚନରେ ପରାଜୟ ପରେ ଶିଗେରୁ ଇଶିବା ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଏହାପରେ ଜାପାନର ୪୬୫ ସଦସ୍ୟ ବିଶିଷ୍ଟ ସଂସଦରେ ୨୩୭ ଭୋଟ ପାଇ ବହୁମତ ହାସଲ କରିଛନ୍ତି ସାନାଏ ଟାକାଇଚି।

ଜାପାନରେ ସାମ୍ବିଧାନିକ ସଂଶୋଧନ, କଠୋର ଅନୁପ୍ରବେଶ ନିୟନ୍ତ୍ରଣ ଏବଂ ସମଲିଙ୍ଗୀ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ଟାକାଇଚି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦୃଢ ସମର୍ଥକ ଏବଂ ସହଯୋଗୀ ଥିଲେ। ୨୦୨୫ ଆରମ୍ଭରେ ସେ ‘ଲିବରାଲ ଡେମୋକ୍ରାଟିକ୍ ପାର୍ଟି’ର ସଭାପତି ହୋଇଥିଲେ।

ଜାପାନର ରାଜନୀତିରେ ସାନାଏ ଟାକାଇଚି ପ୍ରଧାନମନ୍ତ୍ରୀ ହେବା ଐତିହାସିକ ବୋଲି କୁହାଯାଉଛି।

Tags: #SanaeTakaichi #FemalePrimeMinister #Japan

Comment