ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ରାଜନୀତିର ଲୋକପ୍ରିୟ ନେତା ବାବୁ ସିଂ। ଛାତ୍ର ଜୀବନରୁ ରାଜନୀତି ସହ ସେ ଯୋଡ଼ି ହୋଇଛନ୍ତି। ୨୦୨୪ରେ ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।
ଯୁକ୍ତ ୨ ପାଠ ପଢ଼ୁଥିବା କଲେଜ ଇଲେକ୍ସନରେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ ବାବୁ ସିଂ। ପରବର୍ତ୍ତୀ ସମୟରେ ସେ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ। ଜନତା ଦଳ ସହ ଯୋଡ଼ି ହୋଇ ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ରାଜନୀତି କରିବାର ଇଚ୍ଛା ଏବଂ ପରିବାରର ସମର୍ଥନ ତାଙ୍କୁ ଏତେ ବାଟ ପର୍ଯ୍ୟନ୍ତ ଆଣିଛି ବୋଲି କୁହନ୍ତି ବାବୁ ସିଂ।
“ମେଟ୍ରୋ ପ୍ରକଳ୍ପ, ପୂର୍ବ ସରକାରଙ୍କ ସ୍ଵପ୍ନ ନଥିଲା। ଭୋଟ ପୂର୍ବରୁ ପ୍ରଚାର ପ୍ରସାର କରିବା ପାଇଁ ଅତି ତରବରିଆ ଭାବେ ଘୋଷଣା କରିଥିଲେ ପୂର୍ବ ସରକାର। ସାଧାରଣ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଏମିତି ଘୋଷଣା କରାଯାଇଥିଲା”, କହିଛନ୍ତି ଏକାମ୍ର ଭୁବନେଶ୍ଵର ବିଧାୟକ ବାବୁ ସିଂ।
Tags: #BabuSingh #Politician #Ketekatha #MetroProject #Odisha








