ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣ ସଂକ୍ରାମକ ରୋଗ ବା ନନ୍ କମ୍ୟୁନିକେବୁଲ ଡିଜିଜ୍ କ୍ଷେତ୍ରରେ ଷ୍ଟ୍ରୋକ୍ ହେଉଛି ସର୍ବାଧିକ ମୃତ୍ୟୁ ଓ ଅକ୍ଷମତାର କାରଣ। ଓ୍ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ୍ର ତଥ୍ୟ ଅନୁଯାୟୀ ବିଶ୍ୱରେ ପ୍ରତି ଚାରି ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକ୍ରେ ପ୍ରାଣ ହରାଉଛନ୍ତି।
କାହିଁକି ବଢୁଛି ଷ୍ଟ୍ରୋକ୍ ଆକ୍ରାନ୍ତଙ୍କ ସଂଖ୍ୟା? ଯୁବପିଢ଼ିଙ୍କୁ ଷ୍ଟ୍ରୋକ୍ ହୋଇପାରେ କି? ଷ୍ଟ୍ରୋକ୍ର ଲକ୍ଷଣକୁ କେମିତି ଚିହ୍ନିବେ? ଆସନ୍ତୁ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା।
ବିଶ୍ଵ ଷ୍ଟ୍ରୋକ୍ ଦିବସ ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ୍ର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୨୭ରୁ ୩୧ ପର୍ଯ୍ୟନ୍ତ କରାଯାଉଛି ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ – ‘ଷ୍ଟ୍ରୋକ୍ ମୁକ୍ତ ଜୀବନ’। ଏହି ଅଭିଯାନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏକାଡେମିକ୍ ପାର୍ଟନର ରହିଥିବା ବେଳେ, ୟୁସିସିଆଇଏଲ୍ ଏବଂ ଟାଇ ଭୁବନେଶ୍ୱର ଇକୋସିଷ୍ଟମ୍ ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି।
Tags: #ActFSAT #WorldStrokeDay #StrokeMuktJeevan #BrainStroke #StrokeAwareness #OdiaHealthTips


















