ଓଡ଼ିଶାଲାଇଭ୍ ବ୍ୟୁରୋ

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର। ଭାରତକୁ ମିଳିଲା ପ୍ରଥମ ମହିଳା କ୍ରିକେଟ ବିଶ୍ଵକପ ଟ୍ରଫି। ଆଇସିସି ମହିଳା କ୍ରିକେଟ ବିଶ୍ଵକପ ୨୦୨୫ର ଚାମ୍ପିୟନ ହେଲା ଟିମ୍ ଇଣ୍ଡିଆ।
ବିଶ୍ଵକପର ମେଗା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ନିଜର ପ୍ରଥମ ଟ୍ରଫି ହାସଲ କରି ଅର୍ଦ୍ଧଶତାବ୍ଦୀର ସ୍ଵପ୍ନକୁ ସାକାର କରିଛି ଭାରତୀୟ ମହିଳା ଦଳ।
ଫାଇନାଲରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ଭାରତୀୟ ଦଳ ପ୍ରଥମ ଇନିଂସରେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୯୯ ରନର ବିଶାଳ ଟାର୍ଗେଟ ରଖିଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ୨୪୬ ରନରେ ଅଲଆଉଟ୍ ହୋଇଥିଲା। କ୍ୟାପ୍ଟେନ୍ ଲୌରା ଉଲଭାରାଟଙ୍କ ଶତକୀୟ ଇନିଂସ୍ ସତ୍ତ୍ୱେ ଦଳ ବିଜୟ ଲକ୍ଷ୍ୟ ହାସଲ କରିପାରିନଥିଲା।
ଫାଇନାଲରେ ୮୭ ରନର ଦମଦାର ଇନିଂସ୍ ପାଇଁ ଶେଫାଳି ବର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଥିବାବେଳେ ଟୁର୍ଣ୍ଣାମେଣ୍ଟରେ ନିଜର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଦୀପ୍ତି ଶର୍ମା ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି। ୨୧୫ ରନ୍ ଓ ୨୨ ୱିକେଟ୍ ସହ ଶ୍ରେଷ୍ଠ ଖେଳାଳି ହୋଇଛନ୍ତି ଦୀପ୍ତି।
Tags: #IndianWomensCricketTeam #WorldCup #BCCI #Winner

















