ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ଯାଏଁ ଚାଲିବ ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟିକ ମେଳା। ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବାଲିଯାତ୍ରା ପାଇଁ ସଜେଇ ହୋଇଛି ମହାନଦୀ ପଠାରର ଉଭୟ ତଳ ଓ ଉପର ପଡ଼ିଆ। ପ୍ରାୟ ୬୦ ଏକର ଜାଗାରେ ଜମିବ କିଣାବିକା ଏବଂ ଖାଦ୍ୟପେୟର ଆସର। ଚଳିତ ବର୍ଷ ଓରମାସ ସହ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୧୭ ଶହ ଷ୍ଟଲ ଖୋଲିଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତିସନ୍ଧ୍ୟାରେ ଆୟୋଜନ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ବଲିଉଡ ଏବଂ ଓଲିଉଡ କଳାକାରମାନେ ବାଲିଯାତ୍ରା ପଡ଼ିଆରେ ମନୋରଞ୍ଜନର ଖୋରାକ ଯୋଗାଇବେ।
ବାଲିଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରକି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୦ଟି କଣ୍ଟ୍ରୋଲ ରୁମ ସହ ସିସିଟିଭି ଏବଂ ଡ୍ରୋନ ସର୍ଭେଲାନ୍ସ ବ୍ୟବସ୍ଥା ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ସହ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି।
Tags: #Balijatra #CuttackHistoricalBalijatra #Culture #Odisha

















