ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ସିନେମା ଜଗତର ପ୍ରତିଷ୍ଠିତ ନାଁ ପ୍ରଶାନ୍ତ ନନ୍ଦ। ‘ଶେଷ ଶ୍ରାବଣ’, ‘ସ୍ୱପ୍ନ ସାଗର’, ‘ଡୋରା’ ଭଳି ଅନେକ ସୁପରହିଟ୍ ଓଡ଼ିଆ ସିନେମା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଜଣେ ଲେଖକ ଭାବେ ପ୍ରଶାନ୍ତ ନନ୍ଦଙ୍କର ସ୍ୱତନ୍ତ୍ର ପରିଚୟ ରହିଛି।

ଓଡ଼ିଆ ଚଳଚ୍ଚିତ୍ର ‘ଦସ୍ୟୁ ରତ୍ନାକର’ରୁ ଶିଶୁ କଳାକାର ଭାବେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ପ୍ରଶାନ୍ତ ନନ୍ଦ। ଏହା ପୂର୍ବରୁ ମଞ୍ଚରେ ଶିଶୁକଳାକାର ଭାବେ ତାଙ୍କ ଅଭିନୟ ଦକ୍ଷତା ଅନେକ ବାରି ସାରିଥିଲେ।

ବାପାଙ୍କ ବାରଣ ଥିଲେ ମଧ୍ୟ ଅଭିନୟ ନିଶା ତାଙ୍କ ଗୋଡ଼ରେ ବେଡ଼ି ପକାଇ ପାରିନଥିଲା। ଗୋଟିଏ ପରେ ଗୋଟିଏ ସିନେମାରେ ନିଜ ଅଭିନୟ ଦକ୍ଷତା ପ୍ରତିପାଦନ କରି ଚାଲିଲେ ପ୍ରଶାନ୍ତ ନନ୍ଦ। କେବଳ ଅଭିନୟରେ ସୀମିତ ହୋଇ ରହିବାକୁ ଚାହିଁଲେ ନାହିଁ ସେ। ନିର୍ଦ୍ଦେଶନା ଏବଂ ପ୍ରୟୋଜନା କ୍ଷେତ୍ରରେ ଭଗ୍ୟ ପରୀକ୍ଷା କଲେ ଏବଂ ସଫଳ ମଧ୍ୟ ହେଲେ।

ପ୍ରଶାନ୍ତ ନନ୍ଦ କେବଳ ଓଡ଼ିଆ ସିନେମା ଜଗତରେ ସୀମିତ ହୋଇ ରହିନାହାନ୍ତି। ସେ ହିନ୍ଦୀ ଏବଂ ବଙ୍ଗଳା ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ଓଡ଼ିଶା ରାଜନୀତିରେ ମଧ୍ୟ ପ୍ରଶାନ୍ତ ନନ୍ଦଙ୍କର ରହିଛି ସ୍ୱତନ୍ତ୍ର ପରିଚୟ। ଲେଖକ ଭାବରେ ମଧ୍ୟ ପାଠକଙ୍କଠାରୁ ଅଜସ୍ର ଭଲପାଇବା ପାଇଛନ୍ତି ସେ।

“ଓଡ଼ିଶାରେ ସେତେବେଳେ ସିନେମା ନିର୍ମାଣ ପାଇଁ ବିଶେଷ କିଛି ଭିତ୍ତିଭୂମି ନଥିଲା। ତେଣୁ ସିନେମାର ବିଭିନ୍ନ କାମ ଲାଗି କୋଲକାତାକୁ ଯିବାକୁ ପଡ଼ୁଥିଲା। ସେଠାରେ ବିଭିନ୍ନ ସମୟରେ ଅସୁବିଧାରେ ମଧ୍ୟ ପଡ଼ିଛୁ। ସେଇ ଅନୁଭୂତିକୁ କେବେ ଭୁଲି ହେବନି”, କହିଛନ୍ତି ପ୍ରଶାନ୍ତ ନନ୍ଦ।

Tags: #PrashantaNanda #OdiaCinema #Actor #Director #Politician #Ketekatha

Comment