ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିହାର ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ପଡ଼ିଲା ଭୋଟ୍। ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ଲାଗି ଚାଲିଛି ମତଦାନ।

ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ଆସନରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର। ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଏହା ସନ୍ଧ୍ୟା ୬ଟା ଯାଏଁ ଚାଲିବ। ଭୋଟ ଗ୍ରହଣ ପାଇଁ ୪୫ ହଜାରରୁ ଅଧିକ ମତଦାନ କେନ୍ଦ୍ର କରାଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୩ କୋଟି ୭୫ ଲକ୍ଷ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ପ୍ରଥମ ପର୍ଯ୍ୟାୟ ଭୋଟ ବିହାର ନିର୍ବାଚନ ଲାଗି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏହା ଏନଡିଏ ଏବଂ ମହାମେଣ୍ଟ ପାଇଁ ଅଗ୍ନିପରୀକ୍ଷା ହେବ ବୋଲି ବିଶେଷଜ୍ଞମାନଙ୍କ ମତ।

ପ୍ରଥମ ପର୍ଯ୍ୟାୟରେ ମୋଟ ୧,୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ମତଦାନ କେନ୍ଦ୍ର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଇଭ୍ ଓ୍ଵେବ କାଷ୍ଟିଂ ସହ ସିସିଟିଭି ସର୍ଭିଲାନ୍ସ ଜରିଆରେ ସମସ୍ତ ମତଦାନ କେନ୍ଦ୍ର ଉପରେ ନଜର ରଖାଯାଉଛି। ଏପଟେ ବିହାର ସୀମାନ୍ତ ସମସ୍ତ ରାସ୍ତାକୁ ସିଲ୍ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #Politics #BiharPolitics #BiharAssemblyElection2025 #Phase1voting

Comment