ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ଇଣ୍ଡିଆନ ରୋଡସ୍ କଂଗ୍ରେସ (ଆଇଆରସି) ମହାକୁମ୍ଭ। ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ୮୪ତମ ରୋଡସ୍ କଂଗ୍ରେସ ସମାବେଶକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ନଭେମ୍ବର ୧୦ ତାରିଖ ଯାଏଁ ସଡ଼ସ ଓ ପରିବହନ ଉପରେ ବିଶେଷ ଆଲୋଚନା ହେବ।
ଯୋଗଦେବେ ସାଢ଼େ ୩ ହଜାରରୁ ଅଧିକ ପ୍ରତିନିଧି। ଏହି ମେଗା ସମ୍ମିଳନୀରେ କେନ୍ଦ୍ରର ଅଧିକାରୀ, ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡ଼କ ଭିତ୍ତିଭୂମି ନେଇ ମାନସମନ୍ଥନ କରିବେ।
ପ୍ରତିନିଧିଙ୍କ ସହ ସ୍ଵତନ୍ତ୍ର ଅଧିବେଶନ ଜରିଆରେ ରୋଡ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ପ୍ରସ୍ତୁତ କରାଯିବ। ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ତର୍ଜମା କରାଯିବ।
Tags: #IndianRoadsCongress #IRC #AnnualSession #Bhubaneswar








