ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ପୁରୁଣା କ୍ୟାମ୍ପସରେ ବହୁ ଆଡ଼ମ୍ବର ସହକାରେ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (ଏକ୍ସଆଇଏମ) ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।

ଏହି ଅବସରରେ ଆମ୍ବୁଜା ନିଓଟିଆ ଗ୍ରୁପର ଚେୟାରମ୍ୟାନ ପଦ୍ମଶ୍ରୀ ହର୍ଷବର୍ଦ୍ଧନ ନିଓଟିଆ ଯୋଗଦେଇ ସଚ୍ଚୋଟତା, ଉତ୍ସାହ ତଥା ଶୃଙ୍ଖଳାର ସହିତ ନିଜ ଭବିଷ୍ୟତ ଗଢ଼ିବା କରିବା ଲାଗି ଯୁବପିଢ଼ିଙ୍କୁ ପ୍ରେରଣା ଦେଇଥିଲେ। ସେ କହିଥିଲେ, “ଯଦି ଆପଣ କରୁଥିବା କାର୍ଯ୍ୟ ଆପଣଙ୍କୁ ଉତ୍ସାହିତ କରୁଛି, ତେବେ ସଫଳତାର ସମ୍ଭାବନା ବହୁତ ଅଧିକ।”

ଏହି ଅବସରରେ ଶିଳ୍ପ ଓ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ହର୍ଷବର୍ଦ୍ଧନ ନିଓଟିଆଙ୍କୁ ବିଜିନେସ ମ୍ୟାନେଜମେଣ୍ଟରେ ସମ୍ମାନସୂଚକ ଡକ୍ଟରାଲ୍ ଡିଗ୍ରି ପ୍ରଦାନ କରାଯାଇଥିଲା।

ସେହିପରି ଅନୁଷ୍ଠାନରେ ଉଲ୍ଲେଖନୀୟ ସେବା ପାଇଁ ପାଞ୍ଚଜଣ କର୍ମଚାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।

ପ୍ରତିଷ୍ଠା ଉତ୍ସବରେ ରାଜୀବ କାଉଲ, ଫାଦର ଜେରୋମ କୁଟିନା, ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଫାଦର କେଏସ କାଜିମିର ଏବଂ ଅନ୍ୟ ଅଧିକାରୀ, ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Tags: #XIMUniversity #FoundationDay #Celebration #Bhubaneswar

Comment