ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୧୭ ତାରିଖରେ ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା। ଏଥିପାଇଁ ନଭେମ୍ବର ୧୨ରୁ ଆରମ୍ଭ ହୋଇଛି ଅନଲାଇନ ଆବେଦନ। ନଭେମ୍ବର ୨୫ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

www.bseodisha.in ଓ୍ଵେବସାଇଟକୁ ଯାଇ ଆବେଦନ କରିପାରିବେ ପ୍ରାର୍ଥୀ। ଡିସେମ୍ବର ୧୦ ତାରିଖରେ ଓ୍ଵେବସାଇଟରେ ପ୍ରାର୍ଥୀମାନଙ୍କର ଆଡମିଟକାର୍ଡ ଉପଲବ୍ଧ ରହିବ।

ଡିସେମ୍ବର ୧୭ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ପେପର ସକାଳ ୯ଟାରୁ ୧୧ଟା ୩୦ଟା ଓ ଦ୍ଵିତୀୟ ପେପର ଦିନ ୧୨ଟାରୁ ଅପରାହ୍ଣ ୪ଟା ୩୦ ଯାଏଁ ହେବାକୁ ସ୍ଥିର ହୋଇଛି।

ପ୍ରଶ୍ନପତ୍ର ଲିକ୍ ଯୋଗୁଁ ୨୦୨୫ ଜୁଲାଇ ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ହୋଇଥିଲା। ପରେ ଗତ ଅଗଷ୍ଟ ୩୧ ତାରିଖରେ ଓଟିଇଟି ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ ଏହାକୁ ସ୍ଥଗିତ ରଖାଯାଇଥିଲା।

Tags: #OTET #Examination #BSE #Career

Comment