ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦେଶ ମାଟିରେ ବୋଇତ ବନ୍ଦାଣ ଉତ୍ସବ ପାଳନ କଲେ ଏଲସବରି ଓଡ଼ିଆ ପରିବାର। ଇଂଲଣ୍ଡର ଏଲସବରୀଠାରେ ବସବାସ କରୁଥିବା ଓଡ଼ିଆ ପରିବାରଙ୍କୁ ନେଇ ଗଠିତ ସଂଗଠନ ଏଲସବରୀ ଓଡ଼ିଆ ପରିବାର ପକ୍ଷରୁ ପ୍ରଥମ ଥର ଏହି ଉତ୍ସବ ପାଳନ କରାଯାଇଛି।
ପାରମ୍ପରିକ ପୂଜାର୍ଚ୍ଚନା ସହ ଆରମ୍ଭ ହୋଇଥିଲା ବୋଇତ ବନ୍ଦାଣ ଉତ୍ସବ। ଉତ୍ସବରେ ଯୋଗ ଦେଇଥିଲେ ଏଲସବରୀରେ ରହୁଥିବା ଓଡ଼ିଶାବାସୀ। ଏହିପରି କାର୍ଯ୍ୟକ୍ରମର ଆୟୋଜନ ଓଡ଼ିଶାଠାରୁ ଦୂରରେ ରହୁଥିବା ପରିବାରମାନଙ୍କୁ ନିଜ ସଂସ୍କୃତି ଓ ପରମ୍ପରାକୁ ଆଗୁକୁ ନେବାକୁ ପ୍ରେରଣା ଯୋଗାଇବ ବୋଲି ଓଡ଼ିଆ ପରିବାର ପକ୍ଷରୁ କୁହାଯାଇଛି।
ଏହି ଅବସରରେ ଏଲସବରୀ ଓଡ଼ିଆ ପରିବାରର ସଦସ୍ୟମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗୀତ ଏବଂ ନୃତ୍ୟର ତାଳେ ତାଳେ ଝିମିଥିଲେ ଉପସ୍ଥିତ ଦର୍ଶକ।
ଶେଷରେ ଓଡ଼ିଆ ପରିବାରର ସଦସ୍ୟମାନେ ଏକାଠି ବସି ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇଥିଲେ। ଆଗକୁ ଏହିଭଳି କାର୍ଯ୍ୟକ୍ରମମାନ ଆୟୋଜନ କରିବାକୁ ସଂଗଠନ ପକ୍ଷରୁ ଲକ୍ଷ୍ୟ ରହିଥିବା ଏଲସବରୀ ଓଡ଼ିଆ ପରିବାର ପକ୍ଷରୁ କୁହାଯାଇଛି।
Tags: #AyesburyOdiaPariwar #BoitaBandan #Tradition #Celebration #UK
















