ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆସିବ ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେଜଲ୍ଟ। ଶୁକ୍ରବାର ସକାଳ ୮ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଭୋଟ ଗଣତି। କିଏ ହେବେ ନୂଆପଡ଼ାର ନୂଆ ନେତା ତା’ ଉପରେ ରହିଛି ସମସ୍ତଙ୍କ ନଜର।
ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ନଭେମ୍ବର ୧୧ ତାରିଖରେ ମତଦାନ ହୋଇଥିଲା। ଆଜି ଚାଲିଛି ଭୋଟ ଗଣତି। ମୋଟ ୨୬ଟି ରାଉଣ୍ଡରେ ଭୋଟ ଗଣତି ହେବ। ୩୫୮ଟି ବୁଥରେ ଭୋଟ ଗଣତି ଲାଗି ୧୪ଟି ଟେବୁଲ କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଗଣତି ଅନୁସାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ରହିଥିବା ସୂଚନା ମିଳିଛି। ସେହିପରି ଦ୍ଵିତୀୟରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆ ଏବଂ ତୃତୀୟରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ।
୧୪ ରାଉଣ୍ଡ ସୁଦ୍ଧା ୬୮,୫୬୪ ଭୋଟ ସହ ଆଗରେ ରହିଛନ୍ତି ଜୟ ଢୋଲକିଆ। ସେହିପରି ସ୍ନେହାଙ୍ଗିନୀ ଛୁରୀଆଙ୍କୁ ୨୧,୮୫୧ ଖଣ୍ଡ ଭୋଟ ମିଳିଥିବା ବେଳେ ଘାସିରାମ ମାଝୀଙ୍କୁ ମିଳିଛି ୨୧,୪୬୦ ଭୋଟ।
ଉପନିର୍ବାଚନ ଲାଗି ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା। ବିଜେପି ପ୍ରାର୍ଥୀ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରୀଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ମଧ୍ୟରେ ନିର୍ବାଚନୀ ଲଢ଼େଇ ହୋଇଥିଲା।
ତେବେ କାହା ଉପରେ ଭରସା କରିଛନ୍ତି ନୂଆପଡ଼ା ଜନତା ରେଜଲ୍ଟ ଆସିବା ପରେ ଜଣାପଡ଼ିବ।
Tags: #Politics #OdishaPolitics #NuapadaByElection #VoteCounting

















