ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜନୀତିରେ ଅନ୍ୟତମ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ। ଛାତ୍ର ଜୀବନରୁ ରାଜନୀତି ଆଡ଼କୁ ଆକର୍ଷିତ ହୋଇଥିଲେ। ଯୁବ କଂଗ୍ରେସରେ ଥାଇ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଜେଲ ଯାଇଥିଲେ। ଏହାପରେ ବିଜୁବାବୁଙ୍କ ପ୍ରେରଣାରେ ସେ ଜନତା ଦଳରୁ ନିର୍ବାଚନ ଲଢ଼ିଥିଲେ।

ତିନିଥର ବିଧାୟକ ହୋଇଛନ୍ତି ପଞ୍ଚାନନ କାନୁନଗୋ। ପୂର୍ବତନ ଅର୍ଥମନ୍ତ୍ରୀ ଭାବେ ସେ ବେଶ୍ ପରିଚିତ। ଅନେକ ବାଦ ବିବାଦ ଓ ରାଜନୈତିକ ଉଠାଣି ଗଡ଼ାଣିର ମଧ୍ୟ ସେ ସାମ୍ନା କରିଛନ୍ତି।

ପଞ୍ଚାନନ କାନୁନଗୋ କହିଛନ୍ତି, “ସେତେବେଳେ ଓଡ଼ିଶାର ସ୍ଥିତି ଆର୍ଥିକ ଦୃଷ୍ଟିରୁ ଭଲ ନଥିଲା। ଋଣ ଭାରରେ ବୁଡ଼ିକି ରହିଥିଲେ ରାଜ୍ୟ ସରକାର। ବ୍ୟାଙ୍କଗୁଡ଼ିକୁ ସରକାର ଲୋନ୍ ମାଗୁଥିଲେ, କିନ୍ତୁ ଲୋନ୍ ଦେବାକୁ ସରକାରଙ୍କୁ ମନା କରୁଥିଲା ବ୍ୟାଙ୍କ।”

ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସମ୍ପର୍କରେ ଅନେକ ଅକୁହା ଓ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ପଞ୍ଚାନନ କାନୁନଗୋ। ଦେଖନ୍ତୁ ଭିଡିଓ।

Tags: #OdishaPolitics #ExclusiveInterview #Ketekatha #PanchananKanungo #VeteranLeader #ExclusiveInterview

Comment