ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆପଡ଼ାର ନୂଆ ବିଧାୟକ ଭାବେ ଶପଥ ନେଲେ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ଓଡ଼ିଶା ବିଧାନସଭାରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଜୟ। ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ପାଠ କରାଇଛନ୍ତି।
ନଭେମ୍ବର ୧୧ ତାରିଖରେ ହୋଇଥିବା ନୂଆପଡ଼ା ଉପନିର୍ବାଚନରେ ନିକଟତମ ପ୍ରତିଦ୍ଵନ୍ଦ୍ଵୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଥିଲେ ଜୟ ଢୋଲକିଆ।
୨୦୨୫ ସେପ୍ଟେମ୍ବର ୮ ତାରିଖରେ ଜୟ ଢୋଲକିଆଙ୍କ ବାପା ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ଦେହାନ୍ତ ହୋଇଥିଲା। ଖାଲି ପଡ଼ିଥିବା ଏହି ଆସନ ଲାଗି ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ବାପାଙ୍କ ଆସନ ସମ୍ଭାଳିବାକୁ ଜୟଙ୍କୁ ସୁଯୋଗ ମିଳିଲା।
Tags: #Politics #OdishaPolitics #NuapadaByElection #OathTakingCeremony #JayDholkia #BJP

















