ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ଦଶମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ନୀତୀଶ କୁମାର ଇତିହାସ ରଚିଛନ୍ତି।

ପାଟନାର ଐତିହାସିକ ଗାନ୍ଧୀ ମଇଦାନଠାରେ ଆୟୋଜିତ ଭବ୍ୟ ସମାରୋହରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ନୀତୀଶ କୁମାର। ଏହି ଅବସରରେ ନୀତୀଶ କୁମାରଙ୍କ ସହ ୨୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମୀତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନୀତୀଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି।

ନଭେମ୍ବର ୬ ଏବଂ ୧୧ ତାରିଖ ଦୁଇଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନା ହୋଇଥିଲା। ନିର୍ବାଚନରେ ଏନଡିଏ ମୋଟ ୨୪୩ ଆସନରୁ ୨୦୨ଟି ଅକ୍ତିଆର କରି ବିପୁଳ ବିଜୟ ହାସଲ କରିଥିଲା। ଏଥିରେ ବିଜେପିକୁ ୮୯ ଆସନ ମିଳିଥିବା ବେଳେ ଜେଡିୟୁକୁ ୮୫ଟି ଆସନ ମିଳିଥିଲା।

Tags: #Politics #BiharPolitics #NitishKumar #JDU #NDA #OathTakingCeremony

Comment