ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟରର ମିଳିତ ଆନୁକୂଲ୍ୟରେ ନଭେମ୍ବର ୨୧ ଓ ୨୨ ତାରିଖ, ଦୁଇ ଦିନ ଧରି ଭୁବନେଶ୍ଵର ଲୋକସେବା ଭବନଠାରେ ଆୟୋଜିତ ହୋଇଯାଇଛି ସିଏସଆର ଆଣ୍ଡ ସଷ୍ଟେନେବିଲିଟି କନକ୍ଲେଭ ୨୦୨୫।

ଏଥିରେ ରାଜ୍ୟ ସରକାରରଙ୍କ ବରିଷ୍ଠ ଅଧିକାରୀ, ଜନପ୍ରତିନିଧି, ପଲିସି ମେକର ଓ ସାମାଜିକ ସଙ୍ଗଠନ ସହିତ ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ଉଦ୍ୟୋଗ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଭାରତର ଦୀର୍ଘସ୍ଥାୟୀ ବିକାଶ ପାଇଁ ଟେକ୍ନୋଲୋଜି ଓ ସବୁଜ ଶକ୍ତିର ପ୍ରସାର ଏବଂ କର୍ପୋରେଟ୍ ସୋସିଆଲ ରେସପନ୍ସିବିଲିଟି ଉପରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା ଷ୍ଟାର୍ଟଅପ ପ୍ରଦର୍ଶନ। ୧୦ ଜଣ ଷ୍ଟାର୍ଟଅପ ଉଦ୍ୟୋଗୀ ଏଥିରେ ସବୁଜ ଶକ୍ତି, ଜଳ, କୃଷି, ସ୍ୱାସ୍ଥ୍ୟ, ପରିବେଶ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ନିଜ ନିଜର ଇନୋଭେସନ ତଥା ଆଇଡିଆକୁ ପ୍ରଦର୍ଶିତ କରିଥିଲେ।

Tags: #CSR&SustainabilityConclave2025 #Growth #TechAndCSR #Bhubaneswar #Odisha

Comment