ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵର): ଭୁବନେଶ୍ଵର ଜନତା ମଇଦାନଠାରେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ) ଦ୍ୱାରା ଆୟୋଜିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ୍’ କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ବର୍ତ୍ତମାନ ଓଡ଼ିଶାରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି, ଯାହା ରାଜ୍ୟର ଦଶା ଓ ଦିଶାକୁ ନିଶ୍ଚିତ ଭାବରେ ପରିବର୍ତ୍ତନ କରିବ। ବର୍ତ୍ତମାନ ଓଡ଼ିଶାର ଅର୍ଥନୀତି ପ୍ରାୟ ୧୨୦ ବିଲିୟନ ଡଲାର ରହିଛି। ଆଗାମୀ ୨୦୩୬ ସୁଦ୍ଧା ଏହାକୁ ୫୦୦ ବିଲିୟନ ଡଲାର କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।”

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ୫୦୦ ବିଲିଅନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ସଂକଳ୍ପବଦ୍ଧ। ଏହାକୁ ସାକାର କରିବା ପାଇଁ ଆମେ ‘Ease of Doing Business’ କୁ କେବଳ ଏକ ସ୍ଲୋଗାନରେ ସୀମିତ ନରଖି ଏକ ମିଶନରେ ପରିଣତ କରାଯାଇଛି। କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ରାଜ୍ୟର ଭିତ୍ତିଭୂମିକୁ ବ୍ୟାପକ ଭାବରେ ସୁଦୃଢ଼ କରାଯାଉଛି। ଓଡ଼ିଶା ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ‘ପୂର୍ବୋଦୟ’ ପରିକଳ୍ପନାର କେନ୍ଦ୍ରସ୍ଥଳରେ ରହିଛି। ଆଗାମୀ ୧୦ ବର୍ଷ ଓଡ଼ିଶା ପାଇଁ ଏକ ‘Dream Decade’ ହେବ।”

ଏହି ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗ ମୁଖ୍ୟ ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମା, ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ) ସଭାପତି ଡକ୍ଟର ପ୍ରବୋଧ ମହାନ୍ତି, ଡିଆରଡିଓ ଡିଜି ଡକ୍ଟର ବିକେ ଦାସ, ବହୁ ଇଣ୍ଡଷ୍ଟ୍ରି ଲିଡର, ନିବେଶକ ଏବଂ ନୀତି ନିର୍ଦ୍ଧାରକ ପ୍ରମୁଖ ଯୋଗ ଦେଇଥିଲେ।

Tags: #SamruddhaOdisha2036Conclave #UCCIL #CMOdisha #MohanCharanMajhi #Bhubaneswar #Odisha

Comment