ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଛାତ୍ରୀ ଏବଂ ବଳଙ୍ଗା ଛାତ୍ରୀ ନିଆଁରେ ଜଳିବା ଘଟଣାକୁ ସାରା ଓଡ଼ିଶା ଭୁଲି ନଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ସମାନ ଘଟଣା। ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରୀ ନିଆଁରେ ଜଳିଯାଇଛନ୍ତି।

ଛାତ୍ରୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି। ଛାତ୍ରୀ ଜଣକ ହସ୍ପିଟାଲ ବେଡରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତେବେ କେଉଁ କାରଣ ପାଇଁ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତା’ର କାରଣ ଜଣାପଡ଼ିଛି।

ଏହି ଘଟଣାରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି।

Tags: #CollegeStudent #Sundargarh #Rajgangpur

Comment