ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କମ୍ ବୟସରୁ ଅଷ୍ଟିଓପୋରୋସିସ୍ ବା ହାଡ଼ ଦୁର୍ବଳ ହେବାର କାରଣ ଆମର ଡାଏଟ୍, ଭିଟାମିନ୍ ଡି ଏବଂ କ୍ୟାଲସିୟମ୍ର ଅଭାବ। କମ୍ ବୟସରୁ ହାଡ଼ ଦୁର୍ବଳ ହେଲେ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଏବଂ ପଡ଼ିଗଲେ ହାଡ଼ ସହଜରେ ଭାଙ୍ଗିଯିବାର ସମ୍ଭାବନା ଥାଏ। ତେଣୁ, ଡାକ୍ତରଙ୍କୁ ପରାମର୍ଶ କରି ସଠିକ୍ ଔଷଧ ଏବଂ ନିଜ ଖାଦ୍ୟପେୟରେ ଧ୍ୟାନ ଦେବା ନିହାତି ଜରୁରୀ।
ତେବେ କମ୍ ବୟସରୁ କାହିଁକି ହାଡ଼ ଦୁର୍ବଳ ହୋଇଥାଏ, ହାଡ଼ ଦୁର୍ବଳ ହେବାରୁ ନିଜକୁ କିପରି ରକ୍ଷା କରିବେ, କେଉଁ ସମୟରେ ସୂର୍ଯ୍ୟ କରଣରୁ ଭିଟାମିନ ଡି’ ମିଳିଥାଏ, ଅଷ୍ଟିଓପୋରୋସିସ ଥିଲେ ଆଣ୍ଠୁ ପ୍ରତିରୋପଣ କରାଯାଏ କି, ଏ ସମସ୍ତ ବିଷୟରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Osteoporosis #WeakBones #Causes #Treatment #DoctorAdvice #OdiaHealthTips















