ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଅଭିନୟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ଲରେନ୍ସ ବେହେରା। ପିଲାଟି ବେଳରୁ ହିଁ ସେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ଓଡ଼ିଆ ଆଲବମ୍‌, ମେଗା ଧାରାବାହିକ, ସିନେମା ଓ ଯାତ୍ରା ମଞ୍ଚରେ ଲରେନ୍ସଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି।

‘ଏଇ ମୋର ଶେଷ ଗୀତ’, ‘ସୁନା ଫରୁଆ’, ‘ଯିବ ଯଦି ଯାଅ ତମେ’ ଆଦି ଲରେନ୍ସଙ୍କର ବେଶ୍ ଲୋକପ୍ରିୟ ଆଲବମ୍।

‘ପ୍ରତିବିମ୍ବ’, ‘ଗାୟତ୍ରୀ’, ‘ସଂସ୍କାର’, ‘ପଣତକାନି’, ‘ମହାଯଜ୍ଞ’ ଭଳି ଅନେକ ଲୋକପ୍ରିୟ ଧାରାବାହିକରେ ମଧ୍ୟ ଲରେନ୍ସଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ‘ଆହେ ନୀଳଶଇଳ’ ନାଟକରେ ଲରେନ୍ସଙ୍କ ଅଭିନୟକୁ ମିଳିଛି ଦର୍ଶକଙ୍କ ଭଲପାଇବା।

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର ‘କେତେକଥା’ରେ ନିଜ ଅଭିନୟ ଯାତ୍ରା ସହିତ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଅକୁହା କଥା କହିଛନ୍ତି ଲରେନ୍ସ ବେହେରା। ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #LawrenceBehera #OdiaActor #Ketekatha #Entertainment

Comment