ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ (ୟ୍ୟାଟ୍‌ସ)ର ୧୯ତମ ଗ୍ରାଣ୍ଡ ଫିନାଲେ ସମାରୋହ। ୟ୍ୟାଟ୍‌ସ ୨୦୨୫ର ଥିମ ରହିଛି, ‘ଆଜିର ନକ୍ଷତ୍ରଦର୍ଶୀ, କାଲିର ମହାକାଶଚାରୀ’।

ଚଳିତବର୍ଷ ଅଗଷ୍ଟ ୨୧ ତାରିଖରୁ ଆରମ୍ଭ ହୋଇଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ୩୦ଟି ଜିଲ୍ଲାର ବିଭିନ୍ନ ସ୍କୁଲର ୭୬ ହଜାରରୁ ଅଧିକ ଛାତ୍ରଛତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ପ୍ଲାନେଟୋରିୟମରେ ମହାକାଶ ବିଜ୍ଞାନ ଆଧାରିତ ପ୍ରକଳ୍ପ ଉପସ୍ଥାପନ କରିବାର ସୁଯୋଗ ପାଇଛନ୍ତି।

ଓଡ଼ିଶାର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନ ତଥା ବିଭିନ୍ନ ଗବେଷଣା ସଂସ୍ଥାନର ଅଧ୍ୟାପକମାନେ ଏହି ସମସ୍ତ ପ୍ରକଳ୍ପକୁ ପରିଦର୍ଶନ କରିବା ସହିତ ମୂଲ୍ୟାଙ୍କନ କରିଛନ୍ତି। ଏଥିରେ ଉତ୍ତମ ପ୍ରଦର୍ଶନ କରିଥିବା ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ଜ୍ଞାନ ଆହରଣ ପାଇଁ ଇସ୍ରୋ ପରିଦର୍ଶନ କରିବାକୁ ନିଆଯିବ। ‘ୟ୍ୟାଟ୍‌ସ ୨୦୨୫’ ମହାକାଶ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇବା ସହିତ ସେମାନଙ୍କ ମହାକାଶଚାରୀ ହେବ ସ୍ଵପ୍ନକୁ ବାସ୍ତବତାର ରୂପ ଦେବ।

Tags: #YATS2025 #PathaniSamantaPlanetarium #YoungAstronomer

Comment