ଓଡ଼ିଶାଲାଇଭ୍ ବ୍ୟୁରୋ

ଦଳ ବିରୋଧରେ ମୁହଁ ଖୋଲିବା ମହଙ୍ଗା ପଡ଼ିଲା। କଂଗ୍ରେସରୁ ବହିଷ୍କୃତ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି।
ମୋକିମଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଦେଇଥିବା ପ୍ରସ୍ତାକୁ ଏଆଇସିସି ଅନୁମୋଦନ ମିଳିଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି।
ନିକଟରେ ଦଳୀୟ ନେତୃତ୍ଵଙ୍କୁ ବିରୋଧ କରି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ମହମ୍ମଦ ମୋକିମ। ଏହାକୁ ନେଇ ବିବାଦକୁ ଆସିଥିଲେ ମୋକିମ। ଶେଷରେ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କଂଗ୍ରେସରୁ ବହିଷ୍କୃତ ହେବା ପରେ ମୁହଁ ଖୋଲିଛନ୍ତି ମୋକିମ। ସେ କହିଛନ୍ତି, “ମୁଁ ଚିଠି ଲେଖି କୌଣସି ଭୁଲ କରିନି। ଯାହା ଲେଖିଛି ସତ ଲେଖିଛି। କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି ସତ, କିନ୍ତୁ ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନାହିଁ।”
ଏହା ପୂର୍ବରୁ ୨୦୨୩ ମସିହାରେ ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ମହମ୍ମଦ ମୋକିମଙ୍କୁ ଦଳରୁ ନିଲମ୍ବିତ କରିଥିଲା ଏଆଇସିସି ଶୃଙ୍ଖଳା କମିଟି।
Tags: #Politics #OdishaPolitics #Congress #AICC #OPCC #MahammedMoquim

















