ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ଭିସା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି। ଓଡ଼ିଶାରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’। ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।
ପ୍ରସ୍ତାବିତ ଭିସା ସେଣ୍ଟର ପାଇଁ ୩ ହଜାର ବର୍ଗଫୁଟର ଜାଗା ଯୋଗାଇ ଦେବେ ରାଜ୍ୟ ସରକାର। ଏହି ଭିସା ସେଣ୍ଟର ବରମୁଣ୍ଡାସ୍ଥିତ ‘ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ’ ବିଲଡିଂରେ କାର୍ଯ୍ୟକ୍ଷମ ହେବ।
ଅନ୍ତର୍ଜାତୀୟ ଭିସା ପାଇଁ ରାଜ୍ୟବାସୀଙ୍କୁ କୋଲକାତା, ଦିଲ୍ଲୀ ଏବଂ ହାଇଦ୍ରାବାଦ ଭଳି ସହରକୁ ଯିବାକୁ ପଡ଼ୁଥିଲା। ଅନ୍ତର୍ଜାତୀୟ ଭିସା ପାଇଁ ଆଉ ଓଡ଼ିସାବାସୀଙ୍କୁ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ। ଏଣିକି ନିଜ ରାଜ୍ୟରେ ଏହି ସୁବିଧା ପାଇବେ ରାଜ୍ୟବାସୀ।
Tags: #GlobalVisaApplicationCenter #OdishaGovt #Bhubaneswar


















